You are currently viewing ଶୂନ୍ୟକାଳରେ ଉଠିଲା ଡ୍ରପଆଉଟ ପ୍ରସଙ୍ଗ

ଶୂନ୍ୟକାଳରେ ଉଠିଲା ଡ୍ରପଆଉଟ ପ୍ରସଙ୍ଗ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (୧୪.୩.୨୩) :   ବିଧାନସଭାରେ ଶୂନ୍ୟକାଳରେ ଉଠିଲା ଡ୍ରପ ଆଉଟ ପ୍ରସଙ୍ଗ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗୃହରେ ଏହି ପ୍ରସଙ୍ଗ ଉଠାଇବା ସହ କହିଛନ୍ତି, ଡ୍ରପଆଉଟ ରେସିଓରେ ଭାରତରେ ଓଡିଶା ଏକ ନମ୍ବର । ମାଟ୍ରିକ ପରୀକ୍ଷାରେ ୧୫ ହଜାରରୁ ଅଧିକ ପିଲା ରହିଛନ୍ତି ଅନୁପସ୍ଥିତ । ପରୀକ୍ଷା ବେଳେ ମନ୍ତ୍ରୀ ସ୍କୁଲ ପରିଦର୍ଶନ ନାଁରେ ପିଲାଙ୍କ ସହ ଫଟୋ ଉଠାଉଥିବା ଅଭିଯୋଗ ଆଣିଲେ ବିରୋଧୀ ଦଳ ନେତା । ଏହାଦ୍ୱାରା ପିଲାଙ୍କ ସ୍ଥିରତା ଉପରେ ପ୍ରଭାବ ପଡୁ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ସେହିଭଳି ଜୟନାରାୟଣ କହିଛନ୍ତି, ଏବେ ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବସିଛନ୍ତି ।ପାକିସ୍ତାନ ରଙ୍ଗରେ ସ୍କୁଲ ଗୁଡିକୁ ରଙ୍ଗେଇ ଦେଲେ ସ୍କୁଲ ଗୁଡିକର ଉନ୍ନତି ହେବ ନାହିଁ । ଏବେ ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି । ଷଷ୍ଠ କ୍ଲାସର ପିଲା ଅ ଠୁ କ୍ଷ ପର୍ଯ୍ୟନ୍ତ କହି ପାରୁନି । ଏହା କଣ ସରକାରଙ୍କ 5-T ବୋଲି ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ସହ ମନ୍ତ୍ରୀଙ୍କ ଉତ୍ତର ଦାବି କଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

ଅନ୍ୟମାନଙ୍କୁ ଜଣାନ୍ତୁ।