You are currently viewing ନିୟମ ଉଲଙ୍ଘନ କରି ପ୍ରବାସୀଙ୍କୁ ନେବାକୁ ଆସିଲା କେରଳ ବସ

ନିୟମ ଉଲଙ୍ଘନ କରି ପ୍ରବାସୀଙ୍କୁ ନେବାକୁ ଆସିଲା କେରଳ ବସ

ଭୁବନେଶ୍ୱର-୨୨.୦୪.୨୦୨୧,  ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ଆନ୍ତଃରାଜ୍ୟ ବସ ଚିଳାଚଳକୁ ବନ୍ଦ କରିଦେଇଛନ୍ତି । ଏହାପରେ ବି ନିୟମ ଉଲଘଂନ କରି ପ୍ରବାସୀଙ୍କୁ ନେବାକୁ ବାହାର ରାଜ୍ୟରୁ ଆସିଥିବା ଏକ ବସକୁ ଅଟକ ରଖିଲା ଖଇରା ଥାନା ପୋଲିସ । ଏହି ଘରୋଇ ବସଟି ଶ୍ରମିକ ନେବାପାଇଁ ବାଲେଶ୍ଵର ଜିଲ୍ଲା ଖଇରା ଥାନା ହରିପୁର ଗ୍ରାମକୁ କେରଳ ରାଜ୍ୟର କୟମ୍ବାତୁର ୟୁରଡ଼ ଅଞ୍ଚଳରୁ ଆସିଥିଲା । ଏହି ସମ୍ପର୍କରେ ଅବଗତ ହେବା ପରେ ସ୍ଥାନୀୟ ଗ୍ରାମବାସୀ ବସଟିକୁ ଅଟକାଇ ରଖିଥିଲେ । ପରେ ଖଇରା ଥାନା ପୋଲିସ ବସଟିକୁ ଜବତ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବସ ସମେତ ଡ୍ରାଇଭର,ହେଲ୍ପର ଏବଂ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।