You are currently viewing ଚୋରି ସୁନାକୁ ବନ୍ଧକ ରଖି ଜେଲ ଗଲେ ମ୍ୟାନେଜର

ଚୋରି ସୁନାକୁ ବନ୍ଧକ ରଖି ଜେଲ ଗଲେ ମ୍ୟାନେଜର

ଭୁବନେଶ୍ୱର,୦୪/୦୯: ଚୋରି ସୁନାକୁ ବନ୍ଧକ ରଖି ଜେଲ ଗଲେ ମ୍ୟାନେଜର । ବିନା ଯାଞ୍ଚରେ ଚୋରି ସୁନାକୁ ବନ୍ଧକ ରଖି ଚୋରମାନଙ୍କୁ ଟଙ୍କା ଲୋନ ଦେଇ ଗିରଫ ହୋଇଛନ୍ତି ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ସମ୍ପୃକ୍ତ ସଂସ୍ଥାର ମୁଖ୍ୟ ।ସୁନା ଚୋରି କରିଥାବ ବିଭୂତି ପ୍ରଧାନ ଓ ଶୁଭ୍ରଜିତ ଦେବତାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ପିଏମଜିରେ ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଥିଲେ ଦୁର୍ବୃତ୍ତ । ଲୁଟିଥିବା ସୁନା ସମ୍ପୃକ୍ତ ସଂସ୍ଥାକୁ ବିକ୍ରି କରିଥିଲେ । ବିନା ଯାଞ୍ଚରେ ସୁନା ବନ୍ଧକ ରଖିଥିଲେ ସଂସ୍ଥା । ଏହାକୁ ଭିତ୍ତି କରି ମ୍ୟାନେଜର ଆଶିଷ ଗୟଙ୍କୁ ପୁଲିସ ଗିରଫ କରିଛି । ତେବେ ମହିଳାଙ୍କ ଅଭିଯୋଗେ ଆଧାରରେ ବିଭୂତି ଓ ଶୁଭ୍ରଜିତଙ୍କୁ ପୁଲିସ ଗିରଫ କରିଥିଲା । ଦୁଇ ଜଣ ଲୁଟେରା ଗିରଫ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଦୁଇ ଜଣ ଲୁଟେରାଙ୍କ ନିକଟରୁ ଗୋଟିଏ ବାଇକ୍ ଓ ମୋବାଇଲ ଜବତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।