You are currently viewing ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା : ଗାଁ ଓ ହଷ୍ଟେଲରୁ ଝାଡ଼ାବାନ୍ତି ଆତଙ୍କ ଚିହ୍ନଟ

ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା : ଗାଁ ଓ ହଷ୍ଟେଲରୁ ଝାଡ଼ାବାନ୍ତି ଆତଙ୍କ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଏଏନଏସ : ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି ଆତଙ୍କ। ବଲାଙ୍ଗିର ବେଲପଡ଼ା ବ୍ଲକ୍ ମୁଣ୍ଡୋଦର୍ହ ଗାଁରେ ଝାଡ଼ାବାନ୍ତି ଆତଙ୍କ ବଢୁଛି। ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବାର ଲୋକମାନେ ଅଭିଯୋଗ କରିଛନ୍ତି । ୬ ଜଣ ପାଟଣାଗଡ଼ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ଉଦଳା କପ୍ତିପଦା ବ୍ଲକ ବଡ଼ଖଲାଡି ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ବ୍ୟାପୁଛି ଡାଇରିଆ । ଡ଼ାଇରିଆରେ ପାଖାପାଖି ୨୫ ଜଣ ଆକ୍ରାନ୍ତ ହୋଇଛନ୍ତି । କପ୍ତିପଦା ଡାକ୍ତରଖାନା ପକ୍ଷରୁ ୩ ଜଣିଆ ଟିମ ହଷ୍ଟେଲରେ ରହୁଥିବା ଅନ୍ତେବାସିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।