You are currently viewing ଡାକ୍ତରଖାନାରୁ ଉଦ୍ଧାର ହେଲେ ରୋଗୀ

ଡାକ୍ତରଖାନାରୁ ଉଦ୍ଧାର ହେଲେ ରୋଗୀ

  • Post category:ଓଡିଶା
  • Reading time:1 mins read

ଝାରସୁଗୁଡ଼ା  (୨୮.୩.୨୩) :   ଡାକ୍ତରଖାନା ତାଜାରୁ ଉଦ୍ଧାର ହେଲେ ରୋଗୀ। ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାକୁ ଚଢିଯାଇଥିଲେ ଜଣେ ମାନସିକ ରୋଗୀ । କେତେବେଳେ ବି ଜୀବନ ଚାଲିଯିବାର ଭୟ ଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଡାକ୍ତରଖାନାରେ ପହଞ୍ଚି ରୋଗୀ ଜଣକୁ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ବିଳମ୍ବିତ ରାତିରେ ହସ୍ପିଟାଲ ଛାତରେ ଚଢି ବସି ରହିଥିଲା । ଉପରୁ ଡେଇଁ ପଡିବା ଧମକ ମଧ୍ୟ ଦେଉଥିଲା । ତାକୁ ଉଦ୍ଧାର କରିବାକୁ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ। ଛାତରେ ଚଢିଥିବା ରୋଗୀ ମାନସିକ ଭାରସାମ୍ୟ ହରାଇଥିବା ସୂଚନା ଦେଲେ ହସ୍ପିଟାଲ ମ୍ୟାନେଜର । ତେବେ ରୋଗୀଟି ସେଠାକୁ କେମିତି ଗଲା ତାହା ସ୍ପଷ୍ଟ ହୋଇ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।