You are currently viewing ଘାଟିରେ ଓଲଟିଲା ପିକଅପ ଭ୍ୟାନ

ଘାଟିରେ ଓଲଟିଲା ପିକଅପ ଭ୍ୟାନ

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ (୧୭.୩.୨୩) : ବାଙ୍କେଶ୍ୱରୀ ଘାଟିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍ । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନରାଶିରୁ ମା’ ବାଙ୍କେଶ୍ୱରୀଙ୍କ ଦର୍ଶନ କରିବା ପାଇଁ ପିକଅପ ଭ୍ୟାନ୍‌ ଯୋଗେ ପାହାଡ଼କୁ ଯାଉଥିଲେ । ପାହାଡ଼କୁ ଗାଡି ଚଢୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ପାହାଡ଼ରେ ଗାଡିଟି ଓଲଟି ପଡିଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ଖଇରପଙ୍କର ଲିଙ୍ଗ । ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।