You are currently viewing କୋଇଲା ମାଫିଆଙ୍କ ଆକ୍ରୋଶର ଶୀକାର ହେଲା ପୋଲିସ

କୋଇଲା ମାଫିଆଙ୍କ ଆକ୍ରୋଶର ଶୀକାର ହେଲା ପୋଲିସ

  • Post category:ଓଡିଶା
  • Reading time:1 mins read

ଚାନ୍ଦବାଲି(ଏଏନଏସ)୧୭/୦୫, କୋଇଲା ମାଫିଆଙ୍କ ଆକ୍ରୋଶର ଶୀକାର ହେଲା ପୋଲିସ । ଚାନ୍ଦବାଲି ମତୋ ମେଡିକାଲ ନିକଟରେ ଗତକାଲି କୋଇଲା ଚୋରା ଚାଲାଣ ବେଳେ ପୋଲିସ ବିରୋଧ କରିବାରୁ ଓଲଟା ପୋଲିସ ଉପରକୁ ଆକ୍ରମଣ କରିଛନ୍ତି କୋଇଲା ମାଫିଆ । ସୂଚନାଅନୁସାରେ ଗତକାଲି ବିଳମ୍ବିତ ରାତ୍ରୀରେ ଦୃତଗତିରେ ଯାଉଥିବା ଚୋରା କୋଇଲା ପିକପ ଭ୍ୟାନଟି ଟ୍ରାକ୍ଟରକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଖବରପାଇ ମତୋ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚିବା ପରେ ଫାଣ୍ଡି ଅଧିକାରୀଙ୍କୁ ମାରଣା ଅସ୍ତ୍ରରେ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ ମାଫିଆ । ତେବେ ଆକ୍ରମଣରେ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତିଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ମାତ୍ର ପିକଅପ ଭ୍ୟାନ ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି ମତୋ ପୋଲିସ । ସୂଚନାଅନୁସାରେ ଧାମରା ରେଳପଥରୁ କୋଇଲା ଚୋରି କରି ପ୍ରତିଦିନ ବିଳମ୍ବିତ ରାତିରେ ପାଖାପାଖି ୫୦ ଟି ପିକପ ଭ୍ୟାନରେ କେନ୍ଦ୍ରାପଡା ଜିଲ୍ଲାକୁ ଚାଲାଣ କରାଯାଉଛି । କିଛି ଗାଡିକୁ ପୋଲିସ ଜବଦ କରୁଥିବା ବେଳେ କିଛି ଗାଡି ପୋଲିସକୁ ଚକମା ଦେଇ ଖସିଯିବାରେ ସଫଳ ହେଉଛନ୍ତି । ଆଉ ଏଥବରେ ଯଦି ପୋଲିସ ବାଧା ଦେଉଛି ତେବେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ମାଫିଆ ।

ଅନ୍ୟମାନଙ୍କୁ ଜଣାନ୍ତୁ।