You are currently viewing ପୁରୁଣା ବାନ୍ଧବୀଙ୍କୁ ଭେଟିବେ ରାଷ୍ଟ୍ରପତି

ପୁରୁଣା ବାନ୍ଧବୀଙ୍କୁ ଭେଟିବେ ରାଷ୍ଟ୍ରପତି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (୧୧.୧୧.୨୨) : ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ସେ ଆଜି ଭୁବନେଶ୍ୱର ୟୁନିଟ-୨ ଗାର୍ଲସ ହାଇସ୍କୁଲ ପରି ଦର୍ଶନ କରିବେ । ଦିନେ ଯେଉଁଠାରେ ଛାତ୍ରୀ ଜୀବନ କଟାଇଥିଲେ ସେଠାକୁ ଯିବେ । ୧୯୭୦ରୁ୭୪ ଯାଏ ଏଠାରେ ଅଷ୍ଟମରୁ ଏକାଦଶ ପଢିଥିଲେ ଓ ହଷ୍ଟେଲରେ ରହୁଥିଲେ । ଦୀର୍ଘ ଦିନ ପରେ ଏଠାରେ ତାଙ୍କ ପାଦ ପଡିବ । ନିଜର ୧୩ ଜଣ ସହପାଠୀଙ୍କୁ ଭେଟିବେ ।   ସେହିପରି ରାଷ୍ଟ୍ରପତି କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସ, ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ଓ ହଷ୍ଟେଲ୍ ବୁଲି ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।ରାଇରଙ୍ଗପୁରରୁ ରାଇସିନା ହିଲ୍‌ରେ ପହଞ୍ଚିବା ପରେ ଗତକାଲି ପ୍ରଥମ ଥର ଓଡ଼ିଶା ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  କାରରୁ ଓହ୍ଲାଇ ସାଷ୍ଟାଙ୍ଗ ପ୍ରଣିପାତ କରି ବଳଗଣ୍ଡି ଛକରୁ ଚାଲି ଚାଲି ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।  ଶ୍ରୀଜିଉଙ୍କୁ ତୁଳସୀ ମାଳ ଓ  ଦିପ ପ୍ରଦାନ କରି ପୁରୀ ରାଜଭବନ ଫେରିଥିଲେ। ସେଠାରେ ମହାପ୍ରସାଦ ଭୋଜନ କରି ଭୁବନେଶ୍ୱର ଫେରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।