You are currently viewing ଦିଲ୍ଲୀରେ ଚୋରି କଲେ, ଭୁବନେଶ୍ୱରରେ ବନ୍ଧା ହେଲେ

ଦିଲ୍ଲୀରେ ଚୋରି କଲେ, ଭୁବନେଶ୍ୱରରେ ବନ୍ଧା ହେଲେ

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର,୨୮/୭: ଦିଲ୍ଲୀର ଚୋର ଭୁବନେଶ୍ୱରରୁ ଗିରଫ । ସୂଚନା ଅନୁସାରେ ଦିଲ୍ଲୀରୁ ଜନୈକ ମହିଳା ପ୍ରାୟ କୋଟିଏ ଟଙ୍କାର ସୁନା ଓ ହୀରା ଗହଣା ଚୋରି କରି ଭୁବନେଶ୍ୱରସ୍ଥିତ ସାଲିଆ ସାହିରେ ରହୁଥିଲା । ମହିଳା ଜଣଙ୍କ ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ କାମ କରୁଥିଲେ । ସେଠାରୁ କୋଟିଏ ଟଙ୍କାର ସୁନା ,ହୀରା ଅଳଙ୍କାର ଧରି ଓଡିଶା ଚମ୍ପଟ ମାରିଥିଲା । ଏନେଇ ଉକ୍ତ ବ୍ୟକ୍ତି ଦିଲ୍ଲୀ ପୁଲିସର ଦ୍ୱାରସ୍ଥ ହେବା ପରେ ସେଠାରୁ ଏକ ତିନି ଜଣିଆ ଟିମ୍ ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ । କମିଶନରେଟ ପୁଲିସ ସହାୟତାରେ ମହିଳାଙ୍କୁ ବାନ୍ଧିଛି ଦିଲ୍ଲୀ ପୁଲିସ । ଅନ୍ୟପଟେ ଗିରଫ ମହିଳାଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନେଇଛି ଦିଲ୍ଲୀ ପୁଲିସ । ଏହା ସହ ତାଙ୍କ ନିକଟରୁ ଚୋରି ହୋଇଥିବା ହୀରା ଓ ସୁନା ଗହଣା ଜବତ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।