You are currently viewing ରଥଯାତ୍ରା ପାଇଁ ସୋମବାରକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ରଥଯାତ୍ରା ପାଇଁ ସୋମବାରକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

  • Post category:ଓଡିଶା
  • Reading time:1 mins read

ଏଏନଏସ : ଚଳିତ ବର୍ଷ ରଥଯାତ୍ରା ପାଇଁ ସୋମବାରକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୫୩ବର୍ଷ ପରେ ମହାବାହୁଙ୍କ ରଥଯାତ୍ରା ଦୁଇ ଦିନ ପଡୁଥିବାରୁ ରାଜ୍ୟ ସରକାର ୮ତାରିଖ ସୋମବାରକୁ ମଧ୍ୟ ରଥଯାତ୍ରା ପାଇଁ ଛୁଟି ଘୋଷଣା କରିଛନ୍ତି । ରଥଯାତ୍ରା ରବିବାର ପଡୁଥିବାରୁ ସୋମବାରକୁ ଛୁଟି ଘୋଷଣା କରାଯାଇଥିବା ଜଣାପଡିଛି ।

ଦୀର୍ଘ ବର୍ଷ ପରେ ଏପରି ଏକ ସଂଯୋଗ ପଡୁଥିବାରୁ ଶ୍ରୀ ମନ୍ଦିରର ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ ସେଥିପାଇଁ ରାଜ୍ୟର ନୂତନ ବିଜେପି ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । ଅନ୍ୟପଟେ ରଥଯାତ୍ରା ଦିନ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ନଯିବା ପାଇଁ ମନା କରିଛି ପ୍ରଶାସନ ।

ଅନ୍ୟମାନଙ୍କୁ ଜଣାନ୍ତୁ।