You are currently viewing କୋଟିଆ ବାବଦରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେବେ ରାଜ୍ୟ ସରକାର

କୋଟିଆ ବାବଦରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେବେ ରାଜ୍ୟ ସରକାର

ଭୁବନେଶ୍ୱର, ଓଡିଶାର ପଡୋଶୀ ରାଜ୍ୟଗୁଡିକ ଓଡିଶା ପାଇଁ ଚିନ୍ତାର କାରଣ ହୋଇଛନ୍ତି । ଛତିଶଗଡର ମହାନଦୀ ଜଳ ବିବାଦ ହେଉ କିମ୍ବା ଓଡିଶା ସୀମାନ୍ତରେ ଆନ୍ଧ୍ରର ଦାଦାଗିରି ହେଉ ଏହାକୁ ନେଇ ରାଜ୍ୟ ପ୍ରଶାସନର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି । ଓଡିଶାରେ ଥିବା କୋଟିଆ ପଞ୍ଚାୟତରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ଓଡିଶା ସରକାର । ଏସମ୍ପର୍କରେ ଆଡଭୋକେଟ୍ ଜେନେରାଲ ଅଶୋକ ପରିଡାଙ୍କ ସହିତ ରାଜ୍ୟ ସରକାର ବିସ୍ତୁତ ଆଲୋଚନା କରିବାର ସମ୍ଭାବନା ରହିଛି । ଆଲୋଚନା ପରେ ଏ ବାବଦରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର । କୋରାପୁଟ ଜିଲ୍ଲାପାଳ ,ଏଡିଏ. ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୁଖ ଆଡଭୋକେଟ୍ ଜେନେରାଲଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।