ନନ୍ଦିଘୋଷ ରଥର ୨ ମହାରଣା କୋଭିଡ ପଜିଟିଭ ଚିହ୍ନଟ

ପୁରୀ-୧୯.୦୫.୨୦୨୧, ପୁରୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ରଥଖଳା ଚଳଚଞ୍ଚଳ ଥିବାବେଳେ ସେଠାରୁ ଆସିଛି ଏକ ବଡ଼ ଖବର।

କୋଭିଡ କଟକଣା ମଧ୍ୟରେ ରଥଖଳାରେ କାର୍ଯ୍ୟ କରୁଥିବା ମହାରଣାଙ୍କ ମଧ୍ୟରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନ ରହିଛି। ପଜିଟିଭ ଚିହ୍ନଟ ହୋଇଥିବା ଦୁଇ ମହାରଣା ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟରେ ଲିପ୍ତ ଥିଲେ। ଏବେ ଦୁଇ ମହାରାଣାଙ୍କୁ ଆଇସୋଲେସନରେ ରଖାଯାଇ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.