You are currently viewing ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ କରି ଜେଲ ଗଲେ ଶିକ୍ଷକ

ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ କରି ଜେଲ ଗଲେ ଶିକ୍ଷକ

କନ୍ଧମାଳ,୧୧/୧୦: ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ କରି ଜେଲ ଗଲେ ଶିକ୍ଷକ । ଅପହୃତ ନାବାଳିକାକୁ ଉଦ୍ଧାର କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ । ଏହି ଘଟଣାଟି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଘଟିଛି । ସୂଚନା ଅନୁଯାୟୀ ଗତ ୧୮ ତାରିଖ ଦିନ ଦାରିଙ୍ଗବାଡି ଥାନା ଗ୍ରୀନବାଡି ଗାଁରେ ଟ୍ୟୁସନ୍ କରୁଥିବା ସରିଫ ଡିଗାଲ ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମ ଜାଲରେ ଫସାଇ ଅପହରଣ କରିନେଇଥିବା ଦାରିଙ୍ଗବାଡି ଥାନାରେ ଏନେଇ ପରିବାର ଲୋକ ଲିିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଦତନ୍ତ ଚଳାଇବା ସହିତ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିଥିଲେ । ପରେ ଦାମନଯୋଡୀ ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଶିକ୍ଷକଙ୍କୁ ଗିରଫ କରିଥିଲା ପୁଲିସ । ଦାମନଯୋଡୀରେ ଉଭୟ ସ୍ୱାମୀ ଓ ସ୍ତ୍ରୀର ପରିଚୟ ଦେଇ ରହୁଥିବାର ସୂଚନା ଦେଇଛି ପୁଲିସ । ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏସଆଇ ମୌମ୍ୟରଂଜନ ପଣ୍ଡା ଏହାର ନେତୃତ୍ୱ ନେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।