You are currently viewing ଟ୍ରେନ ଆଗକୁ ଡେଇଁ ପଡିଲେ ଜ୍ୱାଇଁ

ଟ୍ରେନ ଆଗକୁ ଡେଇଁ ପଡିଲେ ଜ୍ୱାଇଁ

  • Post category:ଓଡିଶା
  • Reading time:1 mins read

ବଲାଙ୍ଗିର(୧୦.୯.୨୨) : ଶ୍ୱଶୁର ଘରକୁ ବୁଲି ଆସିଥିବା ଜ୍ୱାଇଁ କରିଛନ୍ତି ଅତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁରେ । ମୃତକ ଜଣକ ହେଉଛନ୍ତି ଗୁର୍ଜିଭଟା ଗାଁର ସନ୍ତୋଷ ସାହୁ । ସନ୍ତୋଷ ପ୍ରାୟ ୨ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଏକ ବର୍ଷର ଝିଅଟିଏ ମଧ୍ୟ ଅଛି । କିଛି ଦିନ ତଳେ ସେ ଶ୍ୱଶୁର ଘରକୁ ବୁଲିବାକୁ ଯାଇଥିଲେ । ଏହା ପରେ ସେ ଆଜି ସକାଳୁ ଘରୁ ବାହାରି ପଳାଇ ପାଖରେ ଥିବା ରେଳ ଧାରଣାକୁ ଯାଇ ସମ୍ବଲପୁର ରାୟଗଡା ଯାଉଥିବା ତପସ୍ୱନୀ ଏକ୍ସପ୍ରେସ ଅଗକୁ ଡେଇଁ ଥିଲେ । ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଜିଆରପି ପୋଲିସ୍ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କେଉଁ କାରଣରୁ ସନ୍ତୋଷ ଏପରି କରିଛନ୍ତି ତାହା ଜଣା ପଡିନାହିଁ । କିନ୍ତୁ କିଛି ଦିନ ତଳେ ସନ୍ତୋଷ ମାନସିକ ଅବସାଦରେ ଥିବା ଜଣା ପଡୁଥିଲେ ଏବଂ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଉଥିଲେ ବୋଲି ଜଣା ପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।