You are currently viewing ଜିପିଏସ୍ ଟ୍ରାକିଙ୍ଗ ଜରିଆରେ ଗିରଫ ହେଲେ ଟ୍ରକ୍ ଡ୍ରାଇଭର

ଜିପିଏସ୍ ଟ୍ରାକିଙ୍ଗ ଜରିଆରେ ଗିରଫ ହେଲେ ଟ୍ରକ୍ ଡ୍ରାଇଭର

  • Post category:ଓଡିଶା
  • Reading time:1 mins read

ପୁରୀ .ଏଏନଏସ(୩.୯.୨୨) : ଚଂଚକତା କରି ୧୮ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଅନ୍ୟ ସ୍ଥାନରେ ବିକ୍ରୀ ଅଭିଯୋଗକୁ ନେଇ ୨ ଜଣଙ୍କୁ ଗିରଫ କଲା ଛତିସଗଡ ପୋଲିସ୍ । ପୁରୀ ର କାକଟପୁର ଥାନା ପୋଲିସ ସହାୟତା ରେ ଦୁଇଟି ଖାଦ୍ୟ ସାମଗ୍ରୀ ପରିବହନ କରୁଥିବ ଟ୍ରକ୍ କୁ ଜବତ କରିଛି ମଧ୍ୟ ଛତିସଗଡ ପୋଲିସ୍। ଛତିସଗଡ ପୋଲିସ୍ ସହ ମିଶି କାକଟପୁର ପୋଲିସ୍ ଦୁଇଟି ଟ୍ରକ୍ ଜବତ କରିବା ସହ ଏହାର ଦୁଇ ଡ୍ରାଇଭର କୁ ଗିରଫ କରିଛି। ସୁଚନା ଅନୁଯାୟୀ ଗତ ୧୮ ତାରିଖ ରେ ଛତିସଗଡର ଭାଟପଡ଼ା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଗୋଦାମରୁ ଦୁଇଟି ଟ୍ରକ୍ ୧୮ ଲକ୍ଷ ଟଙ୍କା ର ବିଭିନ୍ନ ଖାଦ୍ୟ ସାମଗ୍ରୀ ନେଇ ଭୁବନେଶ୍ବର ଅଭିମୁଖେ ଆସିଥିଲା। ହେଲେ ସଠିକ୍ ତାରିଖ ରେ ଏହି ଦୁଇଟି ଟ୍ରକ ଭୁବନେଶ୍ବର ରେ ପହଞ୍ଚି ନ ଥିଲା। ଏହାର କୌଣସି ଖୋଜ ଖବର ମଧ୍ୟ ମିଳି ନଥିଲା। ପରେ ଅଭିଯୋଗ ପରେ ଛତିଶଗଡ ପୋଲିସ୍ ଜି ପି ଏସ ଟ୍ରାକିଂ କରି ପୁରୀ ର କାକଟପୁର ରେ ଦୁଇଟି ଥିବା ଜାଣିଥିଲା। ପରେ ଏକ ପୋଲିସ୍ ଟିମ୍ ଆସି କାକଟପୁର ପୋଲିସ୍ ସହାୟତା ରେ ଚଢାଉ କରି ଟ୍ରକକୁ ଜବତ କରିବା ଶହ ଦୁଇ ଡ୍ରାଇଭରଙ୍କୁ ଗିରଫ କରିଥିଲା। ଦୁଇ ଜଣ ଡ୍ରାଇଭର ତାଂକ ମାଲିକ ସହ ମିଶି ୧୮ ଲକ୍ଷ ଟଙ୍କାର ଥିବା ଖାଦ୍ୟ ସାମଗ୍ରୀକୁ ଅନ୍ୟ ସ୍ଥାନରେ ବିକ୍ରୀ କରିଦେଇ ଥିଲେ। ତେବେ ଏହି ଘଟଣାରେ ଆଉ କିଏ ସଂପୃକ୍ତ ରହିଚିନ୍ତି ତାର ତଦନ୍ତ ଚାଲି ଥିବା ବେଳେ ଦୁଇ ଡ୍ରାଇଭରଙ୍କୁ ଛତିସଗଡ ପୋଲିସ୍ କୋର୍ଟ ଗିରଫ କରି ଛତିସଗଡ ନେଇଛି। ତେବେ ୧୮ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଚଞ୍ଚକତା କରି ବାହାରେ ବିକ୍ରୀ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଚି।

ଅନ୍ୟମାନଙ୍କୁ ଜଣାନ୍ତୁ।