You are currently viewing ଅଫିସ ଆସିବେ ଟିକା ନେଇଥିବା କର୍ମଚାରୀ

ଅଫିସ ଆସିବେ ଟିକା ନେଇଥିବା କର୍ମଚାରୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୦୩.୦୮.୨୦୨୧,ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ସବ୍-ଅର୍ଡିନେଟ୍ ଅଫିସର ସମସ୍ତ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚାଲିବ । ଅଫିସ ଆସିବେ ଟିକା ନେଇଥିବା କର୍ମଚାରୀ । ୨ ଅଗଷ୍ଟ ୨୦୨୧ ରୁ ସରକାରୀ ଅଫିସ ସମ୍ମୂର୍ଣ୍ଣ କ୍ଷମତାରେ ଚାଲିବା ନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।
ସେଥିରେ ଉଲ୍ଲେଖ ରହିଛି ଯେ, ଅଧିକାଂଶ କର୍ମଚାରୀ ବର୍ତ୍ତମାନ ସଂପୂର୍ଣ୍ଣ ଟୀକାକରଣ କରିଛନ୍ତି ସେମାନେ ବାଧ୍ୟତାମୂଳକ ଭାବରେ କାର୍ଯ୍ୟାଳୟକୁ ଆସିବେ । ଯେଉଁମାନେ ଟିକା ନେଇନଥିବେ ସେମାନେ କାର୍ଯ୍ୟାଳୟକୁ ଆସିବେ ନାହିଁ । ସେମାନେ କାର୍ଯ୍ୟାଳୟରେ ନ ଯୋଗଦେବାକୁ ମୁଖ୍ୟ କାର୍ଯ୍ୟାଳୟକୁ ଅନୁମତି ମାଗିବେ । ଏହା ସହିତ ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବନ୍ଦ ରହିବ ଏବଂ ମାସର ଅନ୍ୟ ଶନିବାର ଦିନ କାର୍ଯ୍ୟ କରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।