You are currently viewing ଓଡିଶା ଡିଜିଟାଲ ମିଡିଆର ୱେବ୍‌ମିନାର ଅନୁଷ୍ଠିତ

ଓଡିଶା ଡିଜିଟାଲ ମିଡିଆର ୱେବ୍‌ମିନାର ଅନୁଷ୍ଠିତ

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର,୧୩/୦୮: ଓଡିଶା ଡିଜିଟାଲ ମିଡିଆ ଆସୋସିଏସନର ୱେବ୍‌ମିନାର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସୋସିଏସନର ସଭାପତି ତୁଷାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବୈଠକରେ ଡିଜିଟାଲ ମିଡିଆ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ବସ୍ତୁତଃ ଆଲୋଚନା ହୋଇଥିଲା । ଡିଜିଟାଲ ମିଡିଆ ପାଇଁ ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ମାର୍ଗଦର୍ଶିକା ଜାରି କରିଛି । ମାର୍ଗଦର୍ଶିକା ଅନୁସାରେ ସମସ୍ତ ଡିଜିଟାଲ ଗଣମାଧ୍ୟମ କାର୍ଯ୍ୟକରିବା ଉଚିତ ବୋଲି ଆସୋସିଏସନର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସମ୍ବାଦିକ ପ୍ରକାଶଚନ୍ଦ୍ର ମିଶ୍ର ମତବ୍ୟକ୍ତ କରିଥିଲେ । ଆଇଏମ୍‌ଜେୟୁ ର ସର୍ବଭାରତୀୟ ସଭାପତି ବିମଳ କୃଷ୍ଣ ଥମ୍ବ କହିଥିଲେ ଯେ, ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ହେଉଥିବା ଆକ୍ରୋଶ ମୂଳକ ଆକ୍ରମଣକୁ ସବୁସ୍ତରରୁ ବିରୋଧ କରାଯିବ । ଆସୋସିଏସନର ଉପସଭାପତି ସୁନୀଲ କୁମାର ଦେ ସଂଘର କଳେବର ବୃଦ୍ଧି ପାଇଁ ପ୍ରସ୍ତାବ ରଖିଥିଲେ । ଅନ୍ୟତମ ସଭ୍ୟା ସମାଜସେବୀ ବିନ୍ଦୁଶ୍ରୀ ଖଣ୍ଡାୟତ ରାୟ ସାମ୍ବାଦିକମାନେ ସମାଜର ଦର୍ପଣ ବୋଲି କହିବା ସହ ସମାଜରେ ହେଉଥିବା ଭ୍ରଷ୍ଟାଚାରକୁ ସାମ୍ବାଦିକ ମାନେ ବିରୋଧ କରିବା ଉଚିତ ବୋଲି ମତ ପୋଷଣ କରିଥିଲେ । ଅକ୍ଟୋବର ମାସରେ ଓଡିଶା ଡିଜିଟାଲ ମିଡିଆ ଆସୋସିଏସନର ରାଜ୍ୟସ୍ତରୀୟ ସମ୍ମିଳନୀ ବ୍ରହ୍ମପୁର ଠାରେ ହେବାକୁ ଥିବାରୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ସଭାପତି ତୁଷାର ପଟ୍ଟନାୟକ । ଶେଷରେ ଧନ୍ୟବାଦ ଦେଇଥିଲେ ସଂଘର ସଦସ୍ୟା ସ୍ମରଣୀକା ସାହୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।