You are currently viewing ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା : ଅପେକ୍ଷାରେ ତିନିରଥ, ବଡଦାଣ୍ଡରେ ଭକ୍ତ-ଭଗବାନଙ୍କ ମଧ୍ୟରେ ହେବ ଅପୂର୍ବ ମିଳନ

ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା : ଅପେକ୍ଷାରେ ତିନିରଥ, ବଡଦାଣ୍ଡରେ ଭକ୍ତ-ଭଗବାନଙ୍କ ମଧ୍ୟରେ ହେବ ଅପୂର୍ବ ମିଳନ

  • Post category:ଓଡିଶା
  • Reading time:1 mins read

ଏଏନଏସ : ଆଜି ବିଶ୍ୱ ପ୍ରସିଦ୍ଧ ତଥଯାତ୍ରା । ପୁଣିଥରେ ବର୍ଷକ ପରେ ବଡଦାଣ୍ଡରେ ଭକ୍ତ-ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନ । ମହାପ୍ରଭୁଙ୍କ ମାନବୀୟ ଲୀଳା ଦେଖିବ ସାରା ଦେଶ । ଭାଇଭଉଣୀଙ୍କ ସହ ଜନ୍ମବେଦିକୁ କରିବେ ନବଦିନାତ୍ମକ ଯାତ୍ରା । ପତିତଜନଙ୍କୁ ଉଦ୍ଧାରିବା ପାଇଁ ବଡଦାଣ୍ଡକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା । ବଡଦାଣ୍ଡରେ ଠାକୁରଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ଅଗଣିତ ଭକ୍ତ ।

ଅପରପକ୍ଷେ ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥ ଯାତ୍ରା ଦେଖିବାକୁ ମିଳିଛି । ୧୫ଦିନ ଅଣସର ବଦଳରେ ୧୩ଦିନ ଅଣସର ନୀତି ଥିବାରୁ ଗୋଟାଏ ଦିନରେ ଅନୁଷ୍ଠିତ ହେବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା । ଏଥର ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା ।

ଦୁଇଦିନ ରଥଯାତ୍ରା ଥିବାରୁ ଭକ୍ତଙ୍କ ଭିଡ ବଢିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭିଡ ଓ ଆଇନ ଶୃଙ୍ଖଳା ପାଇଁ ୧୮୦ ପ୍ଲାଟୁନ୍ ଫୋର୍ସ ସହ ୧ହଜାରରୁ ଅଧିକ ତବରିଷ୍ଠ ଅଦିକାରୀ ନିୟୋଜିତ ହୋଇଛନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସିସି କ୍ୟାମେରା ଓ ଡ୍ରୋନ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।