You are currently viewing ପିସ୍ତଲ ଚୋରି କରି ଯୁବକ ଗିରଫ

ପିସ୍ତଲ ଚୋରି କରି ଯୁବକ ଗିରଫ

ଭୁବନେଶ୍ୱର(ଏଏନଏସ) ୩୦/୧୦: ପିସ୍ତଲ ଚୋରି କରି ଗିରଫ ହେଲେ  ଯୁବକ । ପିସ୍ତଲ ଚୋରି କରିଥିବା  ଅଭିଯୋଗରେ ରାହୁଲ ଜେନା ନାମକ ଜଣେ ଯୁବକଙ୍କୁ  ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ସୂଚନା ଅନୁଯାୟୀ, ଏୟାରପୋର୍ଟ ନୂଆ ରୋଡରେ ଏକ କାର୍ ଭିତରୁ ପିସ୍ତଲ ଲୁଟି ନେଇଥିଲା ଅଭିଯୁକ୍ତ ରାହୁଲ । କରେ ଏହି ପିସ୍ତଲରୁ ଗୁଳି ଫୁଟାଇ ତାର ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲା ।

ସୋସିଆଲ ମିଡ଼ିଆରୁ ଏହି ଫଟୋ ଦେଖି  ପିସ୍ତଲର  ମାଲିକ ଚିହ୍ନଟ କରିଥିଲେ । ପରେ ପୋଲିସ ଅଭିଯୁକ୍ତକୁ ଧରି ତା ନିକଟରୁ ପିସ୍ତଲ ସହ ୪ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।