You are currently viewing ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଯୁବକଙ୍କୁ ପଥରରେ ଛେଚି ହତ୍ୟା

ବ୍ରହ୍ମପୁର,୨୦/୦୯: ଶୋଇଥିବା ବେଳେ ଯୁବକଙ୍କୁ ପଥରରେ ଛେଚି ହତ୍ୟା । ଏହି ଘଟଣାଟି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡିଘାଇ ଗାଁରେ ଘଟିଛି । ମୃତ ଯୁବକ ହେଲେ ବିନାୟକ ପ୍ରଧାନ । ସୂଚନା ଅନୁଯାୟୀ ବିନାୟକ ଶୋଇଥିବା ବେଳେ କିଛି ଦୁବୃତ୍ତ ଆସି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ତାଙ୍କର ବାଲି ବ୍ୟବସାୟ ବି ଥିଲା । ଗାଁର କିଛି ଯୁବକ ତାଙ୍କୁ ଗଣେଶ ପୂଜା ଚାନ୍ଦା ମାଗିଥିଲେ ମାତ୍ର ସେ ଦେଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବିନାୟକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବିନାୟକଙ୍କ ମୃତଦେହ ନିକଟରେ ରକ୍ତରେ ‘ନେକ୍ସଟ ଟାରଗେଟ୍ ଡ୍ରାଇଭର ସେଠୀ’ ବୋଲି ଲେଖା ହୋଇଛି । ଏହି ଡ୍ରାଇଭର ସେଠୀ କିଏ ସେନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।