You are currently viewing ଚିଙ୍ଗୁଡି ଫାର୍ମ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚିଙ୍ଗୁଡି ଫାର୍ମ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

ଭଦ୍ରକ (ଏଏନଏସ) ୨୨/୧୨: ଚିଙ୍ଗୁଡି ଫାର୍ମ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ।  ମୃତକ ଜଣଙ୍କ ହେଲେ ବାଂଶଡ଼ା ଥାନା କରଣପଲ୍ଲୀ ପଞ୍ଚାୟତର ସୁଦର୍ଶନ ମଣ୍ଡଳଙ୍କ ପୁଅ ପ୍ରଳୟ ମଣ୍ଡଳ ବୋଲି ଜଣାପଡିଛି । ଏହି ଘଟଣାଟି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଞ୍ଚାୟତ ନାଳି ଛକ ନିକଟରେ ଘଟିଛି ।

ସୂଚନା ଅନୁଯାୟୀ ପ୍ରଳୟ ସାଙ୍ଗମାନଙ୍କ ସହ ଏକ ଘରେ ଶୋଇଥିଲେ । ହେଲେ ସକାଳୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ପରେ ପୁରା ପରିବାର ନିଖୋଜ ପୁଅକୁ ଖୋଜାଖୋଜି ଆରମ୍ଭ କରିଥିଲେ ।ହେଲେ କିଛି ସଫଳ ମିଳିନଥିଲା । ନିଖୋଜର ୨୪ ଘଣ୍ଟା ପରେ ତାଙ୍କର ମୃତଦେହ ଏକ ଚିଙ୍ଗୁଡି ଫାର୍ମର ଏକ ପଲ୍ଲା ଘରୁ ଠାବ ହୋଇଥିଲା ।  ଏନେଇ ପରିବାର ଲୋକେ ବାଂଶଡ଼ା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।