You are currently viewing ୧୫ଡିଗ୍ରୀ ତଳେ ରାଜ୍ୟର ୧୮ଟି ସହର

୧୫ଡିଗ୍ରୀ ତଳେ ରାଜ୍ୟର ୧୮ଟି ସହର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜ୍ୟରେ ଜାରି ହୋଇଯାଇଛି ଶୀତର ଲହରୀ । ବର୍ତ୍ତମାନ ରାଜ୍ୟର ୧୮ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଫୁଲବାଣୀରେ ୯, ଅନୁଗୁଳରେ ୧୦ , କଟକରେ ୧୪.୨, କୋରାପୁଟରେ ୧୨.୬, ଦାରିଙ୍ଗବାଡ଼ିରେ ୧୦.୫, କେନ୍ଦୁଝରରେ ୧୨.୨, ତାଳଚେରରେ ୧୨.୩, ବାରିପଦାରେ ୧୨.୫, ଝାରସୁଗୁଡ଼ାରେ ୧୨.୯, ସୁନ୍ଦରଗଡ଼ରେ ୧୩, ଭବାନୀପାଟଣାରେ ୧୧.୫, ବୌଦ୍ଧ ଓ ବଲାଙ୍ଗୀରରେ ୧୪, ଟିଟିଲାଗଡ଼ରେ ୧୪.୫, ଭୁବନେଶ୍ବରରେ ୧୫ ଡିଗ୍ରି, ସମ୍ବଲପୁର ଓ ଚାନ୍ଦବାଲିରେ ୧୪.୬ ରହିଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।