You are currently viewing ୬ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

୬ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୦୨.୦୯.୨୦୨୧, ଆସୁଛି ଲଘୁଚାପ । ଆସନ୍ତା ୬ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।ଏହାର ପ୍ରଭାବରେ ସାରା ଓଡିଶାରେ ବର୍ଷା ବଢିବ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।ସେ କହିଛନ୍ତି ଯେ, ଲଘୁଚାପ ପ୍ରଭାବରେ ଆସନ୍ତା ୬- ୭ ତାରିଖରେରେ ବର୍ଷା ହେବ।୮ ତାରିଖରେ ମଧ୍ୟ କିଛି ପରିମାଣରେ ବର୍ଷା ହୋଇପାରେ। ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ତେଣୁ ସାଧାରଣତଃ ୨ ଦିନ ପାଇଁ ଓଡ଼ିଶାରେ ଏହି ଲଘୁଚାପର ପ୍ରଭାବ ରହିବ। ସେପ୍ଟେମ୍ବର ମାସରେ ସାରା ଭାରତରେ ସାମାନ୍ୟରୁ ଅଧିକ ବର୍ଷା ହୋଇପାରେ। ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଭଲ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।ତେବେ ନିଅଣ୍ଟିଆ ବର୍ଷା କାରଣରୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ତେବେ ବର୍ଷା ହେଲେ ଚାଷୀଙ୍କୁ ଆଶ୍ବସ୍ତି ମିଳିବ ।
ସୂଚନାଯୋଗ୍ୟ ଯେ,ଗତ ଅଗଷ୍ଟ ମାସରେ ଦେଶରେ ସ୍ବାଭାବିକଠାରୁ ୨୪ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଏହି ମାସରେ ହାରାହାରି ୨୫୮.୨ ମିଲିମିଟର ବର୍ଷା ହୋଇଥାଏ । କିନ୍ତୁ ଚଳିତ ବର୍ଷ ଅଗଷ୍ଟ ମାସରେ ମାତ୍ର ୧୯୬.୨ ମିଲିମିଟର ବର୍ଷା ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।