You are currently viewing ରାଜ୍ୟରେ ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟରେ ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର,୧୯/୦୮: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ଭଦ୍ରକ, କେନ୍ଦ୍ରାପଡା,ଜଗିସିଂପୁର, ବାଲେଶ୍ୱର,ମୟୁରଭଞ୍ଜ,କେନ୍ଦୁଝର,ସୁନ୍ଦରଗଡ,ଝାରସୁଗୁଡା,ଦେବଗଡ,ସମ୍ବଲପୁର ଓ ବରଗଡ ଆଦି ଜିଲ୍ଲା ଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଗଷ୍ଟ ୨୦ ତାରିଖ ମଧ୍ୟରେ ସୁନ୍ଦରଗଡ ବରଗଡ,ଝାରସୁଗୁଡା,ଓ ସମ୍ବଲପୁର ଆଦି ଜିଲ୍ଲାର ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ବି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।