You are currently viewing ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର -୨୭.୦୫.୨୦୨୧, ବାତ୍ୟା ‘ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଏହା ଯୋଗୁଁ ଫୁଲୁଛି ବୈତରଣୀ ନଦୀ । ଏନେଇ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି ବୋଲି SRC ପ୍ରଦୀପ ଜେନା ଟ୍ବିଟ କରି ସୂଚନା ଦେଇଛନ୍ତି ।
ଆକସ୍ମିକ ବନ୍ୟା ପାଇଁ ଯାଜପୁର ଓ କେନ୍ଦୁଝର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଏହି ସହ ଯେଉଁଠି ଆବଶ୍ୟକ ପଡ଼ୁଛି ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି ଏସ୍‌ଆର୍‌ସି କହିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬ ମିଟର ରହିଥିବା ବେଳେ ଏବେ ଏଠାରେ ଏହା ଉପରେ ଜଳ ପ୍ରବାହିତ ହେଉଛି । ସେହିପରି ଭଦ୍ରକ ଆଖୁଆପଦାରେ ବିପଦସଙ୍କେତ ବିପଦସଙ୍କେତ ୧୭.୮୩ ମିଟର ରହିଥିବାବେଳେ ବର୍ତ୍ତମାନ ଜଳସ୍ତର ୧୭.୯୨ ମିଟରରେ ପ୍ରବାହିତ ହେଉଛି । ଆଖୁଆପଦାରେ ୧୯ରୁ ୨୦ ମିଟର ପର୍ଯ୍ୟନ୍ତ ଜଳସ୍ତର ବଢିପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।