You are currently viewing ଲଗାଣ ବର୍ଷାରେ ଭୁଶୁଡିଲା ଘରକାନ୍ଥ, ୩ ଗୁରୁତର

ଲଗାଣ ବର୍ଷାରେ ଭୁଶୁଡିଲା ଘରକାନ୍ଥ, ୩ ଗୁରୁତର

  • Post category:ଓଡିଶା
  • Reading time:1 mins read

ଏଏନଏସ : ଲଗାଣ ବର୍ଷା ପ୍ରଭାବରେ ଭୁଶୁଡି ପଡିଲା ଘରକାନ୍ଥ । ବୈପାରୀଗୁଡ଼ା ବ୍ଲକ ଚନ୍ଦ୍ରପୋଡ଼ା ପଞ୍ଚାୟତର ଅଟାଲଗୁଡ଼ା ଗାଁର ଘଟଣା । ଉକ୍ତ ଗାଁର ଆନ୍ଦନ ପ୍ରଧାନଙ୍କ ଘରକାନ୍ଥ ଭୁଶୁଡି ପଡିଛି । ଫଳରେ ପରିବାର ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ , ଆନନ୍ଦଙ୍କ ସ୍ତ୍ରୀ ଓ ୨ ଝିଅ ଘର ଭିତରେ ରୋଷେଇ କରୁଥିବା ବେଳେ ଆଜବେଷ୍ଟ ମାଟି ଘରଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଫଳରେ ଆଜବେଷ୍ଟ ଭାଙ୍ଗି ସେମାନଙ୍କ ଉପରେ ପଡିଯାଇଥିଲା । ଗାଁ  ଲୋକେ ଦେଖି ସେଇ ତିନି ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କୁ ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।