You are currently viewing ଏସଟିଏଫ ଜାଲରେ ବାଘଛାଲ ବେପାରୀ

ଏସଟିଏଫ ଜାଲରେ ବାଘଛାଲ ବେପାରୀ

ଭୁବନେଶ୍ୱର (ଏଏନଏସ)୦୬/୦୧: ଏସଟିଏଫ ଜାଲରେ ବାଘଛାଲ ବେପାରୀ। ମୟୁରଭଞ୍ଜ ବେତନଟୀ ଅଞ୍ଚଳର ଏସସିବି ଜୁନିଅର କଲେଜ ରଗଢ଼ା ନିକଟରେ ଡିଲ୍ ଚାଲିଥିବା ବେଳେ ମାଡି ବସିଲା ଏସଟିଏଫ।   ଏହି ଚଢାଉରେ ୨ଟି କଲରା ପତରିଆ  ବାଘ ଛାଲ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୨ ଅଭିଯୁକ୍ତ ହେଲେ ଖୁଣ୍ଟା ଅଞ୍ଚଳର ପ୍ରଶାନ୍ତ କୁମାର ମହାନ୍ତି ଏବଂ ବଡସାହି ଅଞ୍ଚଳର ଗୋରା ବିନ୍ଧାଣୀ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ବେତନଟୀ ଏସସିବି ଜୁନିଅର କଲେଜ ରଗଢ଼ା ନିକଟରେ ବାଘ ଛାଲ ବେପାର ନେଇ ଡିଲ୍  ଚାଲିଥିବାର କୌଣସି ସୁତ୍ରରୁ ଖବର ପାଇ ଏସଟିଏଫ୍ ଓ ବେତନଟୀ ବନ ବିଭାଗ ରେଡ୍ କରିଥିଲା ।  ତେବେ ଜବତ ହୋଇଥିବା କଲରା ପତରିଆ ବାଘଛାଲକୁ ଅଧିକ ତଦନ୍ତ ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।