You are currently viewing ଧରାପଡିଲା କଲରାପତରିଆ ବାଘ

ଧରାପଡିଲା କଲରାପତରିଆ ବାଘ

ଛତିଶଗଡ-୨୨.୧୦.୨୦୨୧, ଧରା ପଡିଲା ନରହନ୍ତା କଲରାପତରିଆ ବାଘ। ଏହି ବାଘକୁ ଧରିବାରେ ସଫଳ ହୋଇଛି ଛତିଶଗଡ ରାଜ୍ୟର ସିହାଞ୍ଜା ବନ ବିଭାଗ। ବାଘଟି ଏଯାଏଁ ୩ ଜଣ ଲୋକଙ୍କୁ ଶିକାର କରିସାରିଲାଣି । ବାଘକୁ ଧରିବା ପାଇଁ  ବନ ବିଭାଗ ୪ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଯନ୍ତା ବସାଇ ଜଗି ରହିଥିଲା। ତେବେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ବାଘଟି  ଛେଳିକୁ ଖାଇବାକୁ ଆସି ଯନ୍ତାରେ ଫସି ଯାଇଥିଲା।
ସୂଚନା ଅନୁସାରେ, ଗତ ୧୧ ତାରିଖ ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ତୁରୁଡିହି ଗ୍ରାମର ଅମିତ ମର୍କାମ ନିଜ ପରିବାର ଲୋକଙ୍କ ସହ ସିହାଞ୍ଜା ସ୍ଥିତ ଶୃଙ୍ଗି ରୁଷି ପାହାଡ଼କୁ ଯାଇଥିଲେ । ସେଠାରେ ଶୀତଳା ମାତା ମନ୍ଦିରରୁ ଦର୍ଶନ ସାରି ତଳକୁ ଓହ୍ଲେଇବା ସମୟରେ ସେମାନଙ୍କୁ ଅଚାନକ ଏକ କଲରାପତରିଆ ବାଘ ଆକ୍ରମଣ କରିଥିଲା । ଯେଉଁଥିରେ ୬ ବର୍ଷର ବାଳକର  ମୃତ୍ୟୁ ହୋଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।