You are currently viewing ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଆଜି ରାଜ୍ୟରୁ ୨୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୩୬ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୯୮ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଅନୁଗୁଳ ୩୬ ,ବାଲେଶ୍ୱର ୧୦ ,ବରଗଡ଼ ୨ ,ଭଦ୍ରକ ୩ ,ବଲାଙ୍ଗୀର ୧୦ ,କଟକ ୧୨ , ଦେଓଗଡ ୩ ,ଗଞ୍ଜାମ ୪ ,ଜଗତସିଂହପୁର ୫ ,ଯାଜପୁର ୧୬ ,ଝାରସୁଗୁଡା ୧୫ ,କଳାହାଣ୍ଡି ୨ ,କନ୍ଧମାଳ ୧ , କେନ୍ଦ୍ରାପଡା ୧୦, କେନ୍ଦୁଝର ୮ ,ଖୋର୍ଦ୍ଧା ୨୫ ,କୋରାପୁଟ ୧ ,ମାଲକାନାଗିରି ୧ ,ମୟୁରଭଞ୍ଜ ୧୭ , ନୟାଗଡ ୫ , ନୂଆପଡା ୪ , ସମ୍ବଲପୁର ୯ ,ସୋନପୁର ୧ , ସୁନ୍ଦରଗଡ ୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୮୭୩୮ ,ସୁସ୍ଥ ସଂଖ୍ୟା ୩୨୪୦୬୮ , ସମୁଦାୟ ସକ୍ରିୟ ସଂଖ୍ୟା ୨୭୫୩ ,ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୧୯ ।

ଅନ୍ୟମାନଙ୍କୁ ଜଣାନ୍ତୁ।