You are currently viewing ଆଜି ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ) ୩୧/୦୭, ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସପଡା ନୀତି । ଏଥିଲାଗି ଆଜି ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । ଖସପଡା ନୀତି ଠାକୁରଙ୍କର ଏକ ଗୁପ୍ତ ସେବା । ଏହି ସେବା ସମୟରେ ଠାକୁରଙ୍କ ଦର୍ଶନ ବନ୍ଦ କରାଯାଏ । ଏହତ ନୀତି ଦ୍ୱାରା ଶ୍ରୀ ବିଗ୍ରହଙ୍କର ଶ୍ରୀଅଙ୍ଗର ସୁରକ୍ଷା ହୋଇଥାଏ । ଦଇତାପତି ସେବାୟତ ମାନେ ଶ୍ରୀବିଗ୍ରହଙ୍କର ଏହି ସେବା ସମ୍ପନ୍ନ କରିବେ । ରଥଯାତ୍ରା ସମୟରେ ଠାକୁରଙ୍କର ଶ୍ରୀ ଅଙ୍ଗରେ ବାଧା ପହଞ୍ଚିଥାଏ । ଏଥିପାଇଁ ଏହି ଖସପଡା ନୀତିରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ସୁରକ୍ଷିତ ହୋଇଥାଏ । ଆଜି ଦ୍ୱିପହର ଧୂପ ପରେ ଏହି ନତି ଅନୁଷ୍ଠିତ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।