You are currently viewing ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିବ ଦ୍ୱିତୀୟ ସମନ୍ଵୟ ବୈଠକ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିବ ଦ୍ୱିତୀୟ ସମନ୍ଵୟ ବୈଠକ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୧/୦୬,ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ସମନ୍ଵୟ ବୈଠକ। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିବ। ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ, ରାସ୍ତାଘାଟ ମରାମତି, ବିଦ୍ୟୁତ୍‌ ଯୋଗାଣ, ଆଇନଶୃଙ୍ଖଳା, ସ୍ୱାସ୍ଥସେବା, ଖାଦ୍ୟ ଓ ଜଳଯୋଗାଣ ଏବଂ ଯୋଗାଯୋଗ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା କରାଯିବ।

ଅନ୍ୟପଟେ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସେବାୟତ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ ତୃତୀୟ ଡୋଜ୍‌ କୋଭିଡ୍‌ ଟିକା ଦିଆଯିବ। ରଥଯାତ୍ରା ସମୟରେ ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ଥିବାବେଳେ ପରିଚାଳନା ଦାୟିତ୍ୱରେ ଥିବା ସେବାୟତ ଓ କର୍ମଚାରୀଙ୍କ ଟିକାକରଣ ହେବା ଜରୁରୀ। ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାପାଳ ଓ ଏସ୍‌ଜେଟି କର୍ତ୍ତୁର୍ପକ୍ଷଙ୍କୁ ଚିଠି ଲେଖାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।