You are currently viewing ଆଜି ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ଵ ଗ୍ରହଣ କରିବେ ସୁନୀଲ ବଂଶଲ

ଆଜି ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ଵ ଗ୍ରହଣ କରିବେ ସୁନୀଲ ବଂଶଲ

ଭୁବନେଶ୍ୱର(ଏଏନଏସ) ୩୧.୧୨.୨୦୨୧, ଆଜି ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ଵ ଗ୍ରହଣ କରିବେ ସୁନୀଲ ବଂଶଲ । ଅପରାହ୍ନ ୪ଟା ସମୟରେ ପୋଲିସ ମୁଖ୍ୟାଳୟରେ ଅଭୟଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିବେ । ଗତ ୧୫ ତାରିଖରେ ନୂତନ ପୋଲିସ ମହାନର୍ଦ୍ଦେଶକ ଭାବରେ ସୁନୀଲ କୁମାର ବଂଶଲଙ୍କ ନାମ ରାଜ୍ୟ ସରକାର ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ, ଏଥିପାଇଁ ସେ ଗତକାଲି ଭୁବନେଶ୍ୱରରେ ପହଁଞ୍ଚିସାରିଛନ୍ତି । ବିମାନ ବନ୍ଦରରେ  ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ତାଙ୍କୁ ସ୍ୱାଗତ କରିଥିଲେ।
୧୯୮୭ ବ୍ୟାଚ୍ ଆଇପିଏସ୍ ଅଫିସର ଦିର୍ଘ ୨୫ ବର୍ଷରୁ ଉର୍ଦ୍ଧ ସମୟ ଧରି କେନ୍ଦ୍ରିୟ ଡେପୁଟେସନ୍‌ରେ ରହିଥିଲେ। ପୁର୍ବରୁ ସେ ଢେଙ୍କାନାଳ, ମୟୁରଭଞ୍ଜ ଏବଂ ଅନୁଗୁଳରେ ଏସ୍‌ପି ଭାବରେ କାର୍ଯ୍ୟ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।