You are currently viewing ବଣିକ ସଂଘ ଡାକରାରେ ବନ୍ଦ ରହିଛି ବ୍ୟବସାୟିକ ପ୍ରତିଷ୍ଠାନ

ବଣିକ ସଂଘ ଡାକରାରେ ବନ୍ଦ ରହିଛି ବ୍ୟବସାୟିକ ପ୍ରତିଷ୍ଠାନ

ନୂଆଦିଲ୍ଲୀ- ସର୍ବଭାରତୀୟ ବଣିକ ସଂଘର ଡାକରାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନ ଯଥା- ପୁରୀ, କଟକ, ବାଲେଶ୍ୱର, ଢ଼େଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡଓ ମୟୁରଭଞ୍ଜ ଆଦି ସ୍ଥାନରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ରାଜଧାନୀ ଭୁବନେଶ୍ୱରରେ ସରକାରୀ ଅଫିସ ଓ ବେସରକାରୀ ଅଫିସ ଖୋଲାଥିଲା ବେଳେ ବନ୍ଦ ରହିଛି ବ୍ୟବସାୟିକ ପ୍ରତିଷ୍ଠାନ । ବନ୍ଦ ପାଇଁ ସୁରକ୍ଷା ଦୃଷ୍ଟିରୁ ବାଣୀ ବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାରଓ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲୋକସେବା ଭବନର ପ୍ରବେଶ ଦ୍ୱାରରେ ପରିଚୟ ପତ୍ରର କଡା ଯାଞ୍ଚ କରାଯାଉଛି ତେବେ ରାସ୍ଥାଘାଟରେ ଗାଡି ଚଳାଚଳ କମ ଥିବା ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।