republicday

ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ, ଗାନ୍ଧୀମାର୍ଗରେ ଗଡିଲା ପ୍ରଜ୍ଞାପନ ମେଢ

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ଭୁବନେଶ୍ୱରରେ ଗାନ୍ଧୀମାର୍ଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପରେଡ୍। ଏଥର ଗାନ୍ଧୀମାର୍ଗରେ ଦେଖିବାକୁ ମିଳିଛି ଭିନ୍ନ ଧରଣର ମାହୋଲ । ଗାନ୍ଧୀମାର୍ଗରେ ଗଡିଛି  ପ୍ରଜ୍ଞାପନ ମେଢ । ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଏହି ପ୍ରଜ୍ଞାପନ ମେଢଆୟୋଜନ ହୋଇଥିଲା । 

ଅନ୍ୟମାନଙ୍କୁ ଜଣାନ୍ତୁ।