You are currently viewing ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ, ଏହାପରେ ପ୍ରକାଶ ପାଇବ ପ୍ରାର୍ଥୀ ତାଲିକା

ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ, ଏହାପରେ ପ୍ରକାଶ ପାଇବ ପ୍ରାର୍ଥୀ ତାଲିକା

  • Post category:ଓଡିଶା
  • Reading time:1 mins read

ବ୍ରଜରାଜନଗର(ଏଏନଏସ)୧୭/୦୫, ଉପନିର୍ବାଚନ ପାଇଁ ଜମିବ ପ୍ରଚାର ମୈଦାନ । ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲ ନାମାଙ୍କନ ଦାଖଲ କରିଛନ୍ତି ।
ମେ’ ୩୧ରେ ବ୍ରଜରାଜନଗର ପାଇଁ ଭୋଟ ଗ୍ରହଣ ହେବ । ଏବଂ ଜୁନ୍ ୩ରେ ଗଣତି ହେବ । ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି । ତେବେ ତିନି ପ୍ରମୁଖ ପ୍ରାର୍ଥୀଙ୍କ ବ୍ୟତୀତ ବ୍ରଜାରାଜନଗର ଆସନ ପାଇଁ ମୋଟ୍ ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏପଟେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଦଳ ପକ୍ଷରୁ ଉପ-ନିର୍ବାଚନ ପ୍ରଚାର ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି । ଏଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପ-ନିର୍ବାଚନ ପ୍ରଚାର କରିବେ । ତାଲିକାରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରଶନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରତାପ ଜେନାଙ୍କ ନାଁ ମଧ୍ୟ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।