You are currently viewing ଆଜି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ

ଆଜି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ

ଗଜପତି,୦୪/୧୦: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଜପତି ଗସ୍ତ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜାନର ଶୁଭାରମ୍ଭ ପାଇଁ ଆଜି ଗଜପତି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ସକାଳୁ ହେଲିକପ୍ଟର ଯୋଗେ ଆସି ୧୧ଟାରେ ପାରଳାଖେମୁଣ୍ଡି ଷ୍ଟାଡିୟମରେ ପହଞ୍ଚିବେ । ଏହାପରେ ୧୧ଟା ୪୫ ମିନିଟରେ ପାରଳାଖେମୁଣ୍ଡି ଛାଡିବେ । ଆଜି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଉଦଘାଟନ କରିବା ସହ ଆଉ କିଛି ପ୍ରକଳ୍ପ ପାଇଁ ଶୁଭ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଜିଲ୍ଲାରେ ମୋଟ ୯୬ ହଜାର ହିତାଧିକାରୀଙ୍କୁ ଚୟନ କରି ତାଲିକା ଭୁକ୍ତ କରାଯାଇଥିବା ବେଳେ ତାହାଦ୍ୱାରା ପ୍ରାୟ ୪ ଲକ୍ଷରୁ ଉଦ୍ଧ୍ୱ ଲୋକ ଉପକୃତ ହେବେ । ସେହିଭଳି ୭୯୬ କୋଟି ଟଙ୍କାର ମୋଟ ୩୬ ଟି ପ୍ରକଳ୍ପ ଉଦଘାଟନ କରାଯିବ । ଏଥିପାଇଁ ଜିଲ୍ଲାରେ ୧୬୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ ପୁଲିସ ଫୋର୍ସ ସହ ଜିଲ୍ଲା ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ।

ଅନ୍ୟମାନଙ୍କୁ ଜଣାନ୍ତୁ।