You are currently viewing ଆଜି ମାଟ୍ରିକ ରେଜଲ୍ଟ

ଆଜି ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର-୨୫.୦୬.୨୦୨୧, ଆଜି ପ୍ରକାଶ ପାଇବା ମାଟ୍ରିକ ରେଜଲ୍ଟ ।ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ଫଳ ଘୋଷଣା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଛାତ୍ରଛାତ୍ରୀମାନେ ସନ୍ଧ୍ୟା ୬ଟାରେ ଅନଲାଇନରେ ନିଜର ପରୀକ୍ଷା ଫଳ ଜାଣିପାରିବେ । www.bseodisha.ac.in ବା www.bseodisha.nic.in ଏହି ୱେବ୍‌ସାଇଟରେ ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ । ତେବେ ଯଦି ଇଣ୍ଟରନେଟ ସୁବିଧା ନଥାଏ ତେବେ
SMS କରି ପରୀକ୍ଷା ଫଳ ଜାଣିହେବ । ଏସ୍ଏମ୍ଏସ କରିବା ପାଇଁ – OR01 ଲେଖି 5676750କୁ ପଠାନ୍ତୁ ।
ଏଠାରେ ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ସଂକ୍ରମଣ ପାଇଁ ଏପ୍ରିଲ ୨୧ରେ ପରୀକ୍ଷା ବାତିଲ ପାଇଁ ଘୋଷଣା ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।