You are currently viewing ଦନ୍ତା ଆକ୍ରମଣ ଜଣେ ମୃତ

ଦନ୍ତା ଆକ୍ରମଣ ଜଣେ ମୃତ

  • Post category:ଓଡିଶା
  • Reading time:1 mins read

କାମାକ୍ଷାନଗର (୨୬.୯.୨୨) : ସ୍ତ୍ରୀ ଅଖି ଆଗରେ ସ୍ୱାମୀକୁ ଦଳିଦେଲା ଦନ୍ତା । ଆଜି ଢେଙ୍କାନାଳ ମହାବିରୋଡ଼ ରେଂଜ ଚାନ୍ଦପୁରର ଏ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଁର ରମେଶ ବେହେରା। ସେ ତାଙ୍କ ସ୍ତ୍ରୀଙ୍କ ସହ ଘର ନିକଟ ନଟାନାଳୀକୁ ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଉଭୟଙ୍କୁ ହାତୀ ଆକ୍ରମଣ କରିଥିଲା। ଏନେଇ ଶୌଚ ପାଇଁ ଯାଉଥିବା ଅନ୍ୟ ଲୋକମାନେ ଦେଖିବା ପରେ ହାତୀକୁ ଘଉଡ଼ାଇଥିଲେ। ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରିବାର ଲୋକେ ଦୁଇ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ମହାବିରୋଡ ପରେ କାମାକ୍ଷାନଗର ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପତ୍ନୀଙ୍କୁ ଚିକିତ୍ସା କରାଯିବା ପରେ ସେ ସାମାନ୍ୟ ସୁସ୍ଥ ହୋଇଛନ୍ତି। ତାଙ୍କ ମୁଣ୍ଡ, ହାତ ଓ ଶରୀରର ଅନ୍ୟସ୍ଥାନରେ ଗଭୀର ଆଘାତ ଲାଗିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।