You are currently viewing ମାଲବାହୀ ଟ୍ରେନ ଲାଇନଚ୍ୟୁତ

ମାଲବାହୀ ଟ୍ରେନ ଲାଇନଚ୍ୟୁତ

  • Post category:ଓଡିଶା
  • Reading time:1 mins read

କୋରାପୁଟ(ଏଏନଏସ) ୧୭.୧୨.୨୦୨୧, ଲାଇନ ଚ୍ୟୁତ ହେଲା ଲୁହାପଥର ବୋଝେଇ ଟ୍ରେନ୍ । ଆଜି ଭୋର୍ ୪ଟା ସମୟରେ କିରଣ୍ଡଲରୁ ବିଶାଖାପାଟଣା ଯାଉଥିବା ବେଳେ ଓଡ଼ିଶା-ଛତିଶଗଡ଼ ବର୍ଡର ଧାନସି ନିକଟରେ ମାଲବାହୀ ଟ୍ରେନ୍ ଲାଇନ ଚ୍ୟୁତ ହୋଇଛି ।ଏହି ଟ୍ରେନଟି କିରଣ୍ଡଳ ଏନଏମଡିସିରୁ ଲୁହାପଥର ଧରି ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଟ୍ରେନ୍ ର ୫ଟି ବଗି ଲାଇନ ଚ୍ୟୁତ ହୋଇଥିବା ଜଣାପଡିଛି ।ଏହାର ୫ଟି ବଗି ଟ୍ରେନଠୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି । ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ କିରଣ୍ଡଲଠାରୁ କୋରାପୁଟ ମଧ୍ୟରେ ଟ୍ରେନ୍ ଚଳାଚଳକୁ ବାତିଲ କରିଛି ରେଳ ବିଭାଗ । କିନ୍ତୁ କୋରାପୁଟଠାରୁ ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳ ହୋଇପାରିବ ବୋଲି ଜଣାପଡିଛି । ସୂଚନା ଅନୁସାରେ, ରେଳ ବିଭାଗର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।