You are currently viewing ଶିମିଳିପାଳରେ ବାଘ ଗଣନା: ୪୫୦ରୁ ଉର୍ଦ୍ଧ୍ବ ଖଞ୍ଜାଯାଇଛି ଟ୍ରାପ୍ କ୍ୟାମେରା

ଶିମିଳିପାଳରେ ବାଘ ଗଣନା: ୪୫୦ରୁ ଉର୍ଦ୍ଧ୍ବ ଖଞ୍ଜାଯାଇଛି ଟ୍ରାପ୍ କ୍ୟାମେରା

ବାରିପଦା (ଏଏନ୍ଏସ): ଶିମିଳିପାଳ ଅଭୟାରଣ୍ୟରେ ଚାଲିଛି ବାଘ ଗଣନା। ଏଥିଲାଗି ୭୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଶିମିଳିପାଳର ଉତ୍ତର ଦକ୍ଷିଣ ସମେତ ରାଇରଙ୍ଗପୁର, କରଞ୍ଜିଆ ଓ ବାରିପଦା ବନଖଣ୍ଡରେ ଗଣନା କରାଯାଉଛି। ଚଳିତ ମାସ ୩୧ ତାରିଖ ପର୍ୟ୍ୟନ୍ତ ଏହା ଚାଲିବ। ପ୍ରତିଦିନ ସକାଳ ୯ରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବାଘ ଗଣନା କରାଯିବ। ବାଘ ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ଗଣନା କରାଯାଉଛି। ଏଥିପାଇଁ ୪୫୦ରୁ ଅଧିକ ଟ୍ରାପ କ୍ୟାମେରା ଖଞ୍ଜାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।