You are currently viewing ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଏଏନ୍ଏସ୍): ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଦଳ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି।

ତେବେ ମିଳିଥିବା ସୂଚନା ଅନୁସାରେ, ଦଳୀୟ କାର୍ୟ୍ୟକ୍ରମ ସହ ଦୁଇ ପ୍ରତିଷ୍ଠିତ ଖବରକାଗଜ ‘ସମ୍ବାଦ’ର ୪୦ ତମ ବାର୍ଷିକ ଉତ୍ସବ ଓ ‘ପ୍ରଜାତନ୍ତ୍ର’ ପ୍ରକ‌ଶନର ଶହେ ବର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ ଅତିଥି ଭାବେ ଉଭୟେ ଯୋଗ ଦେବା କାର୍ୟ୍ୟକ୍ରମ ରହିଛି। ତେବେ ବିଜେପି ପ୍ରଥମେ ଦଳୀୟ କାର୍ୟ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ପରେ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ମୋ ଦେଶ ମୋ ମାଟି’ କାର୍ୟ୍ୟକ୍ରମରେ ଯୋଗ ଦେବେ ଦୁଇ କେନ୍ଦ୍ରମନ୍ତ୍ରୀ।

ଅନ୍ୟମାନଙ୍କୁ ଜଣାନ୍ତୁ।