You are currently viewing ଆଜି ହେଉଛି ଓଡିଶାବାସୀଙ୍କ ଗର୍ବ ଓ ଗୌରବର ଦିନ ‘ଉତ୍କଳ ଦିବସ’

ଆଜି ହେଉଛି ଓଡିଶାବାସୀଙ୍କ ଗର୍ବ ଓ ଗୌରବର ଦିନ ‘ଉତ୍କଳ ଦିବସ’

ଭୁବନେଶ୍ୱର, ଆଜି ହେଉଛି ଉତ୍କଳ ଦିବସ । ଅନେକ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ ମାସର ପ୍ରଥମ ଦିନରେ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢ଼ିଉଠିଥିଲା ଓଡିଶା । ଏହି ଦିନରେ ପରାଧୀନରୁ ସ୍ୱାଧୀନ ହୋଇଥିଲା ଓଡିଶା । ପ୍ରତିଟି ଓଡିଆଙ୍କ ପାଇଁ ଆଜିର ଦିନଟି ଗର୍ବ ଓ ଗୌରବର ଦିନ । ଭାରତରେ ଓଡିଶାବାସୀଙ୍କର କିଛି ସ୍ୱତନ୍ତ୍ର ପରିଚୟ ନଥିଲା ଖଣ୍ଡବିଖଣ୍ଡିତ ଭାଷାଭାଷୀ ଅଞ୍ଚଳ ଭାବେ ରହିଥିଲା ଓଡିଶା । ଭାରତ ସ୍ୱାଧୀନ ହେବାର ଠିକ ଦଶବର୍ଷ ପୂର୍ବରୁ ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦ୍ୟମରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିଥିଲା ।
ଆଜିର ଏହି ଦିନରେ ଓଡିଶାବସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନେକ ବହୁମାନ୍ୟଗଣ୍ୟ ବ୍ୟକ୍ତି ।


ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, ‘ଉତ୍କଳ ଦିବସରେ ସମସ୍ତଙ୍କୁ ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ। ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଚିରନ୍ତନ ବାର୍ତ୍ତା ଦେଉଥିବା ଏହି ଭୂମିର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ଥାପତ୍ୟ, ହସ୍ତ କଳା ଓ ନୃତ୍ୟ ପାଇଁ ଏ ଦେଶ ଗର୍ବିତ। ଓଡ଼ିଶାର ନିରନ୍ତର ବିକାଶ ପାଇଁ ମୋର ଶୁଭକାମନା ।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଲେଖିଛନ୍ତି ଯେ, ‘ଉତ୍କଳ ଦିବସର ପବିତ୍ର ଅବସରରେ ଶୁଭକାମନା । ଓଡ଼ିଶାର ବିଶେଷ ସଂସ୍କୃତିକୁ ମୋର ସମ୍ମାନ । ଦେଶର ପ୍ରଗତି ପାଇଁ ଓଡ଼ିଶାର ଜନସାଧାରଣଙ୍କ ଅବଦାନ ଅତୁଳନୀୟ । ରାଜ୍ୟର ଜନସାଧାରଣଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି ।’

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, ‘ରାଜ୍ୟବାସୀଙ୍କୁ ଓଡିଶା ଦିବସର ଆନ୍ତରିକ ଶୁଭେଚ୍ଛା ସ୍ୱତନ୍ତ୍ରୀ ଓଡିଶା ପ୍ରଦେଶ ଗଠନ ସହ ଆମ ଭାଷା, ସାହିତ୍ୟ, ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷ ମାନଙ୍କ ପ୍ରତି ମୋର ସମ୍ମାନ ଜଣାଉଛି । ବିଭିନ୍ନ କ୍ଷେତ୍ରରେ ଓଡିଶାର ସ୍ୱତନ୍ତ୍ର ପରିଚୟକୁ ବଜାୟ ରଖିବା ସହ ଏହାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା ।’

ଅନ୍ୟମାନଙ୍କୁ ଜଣାନ୍ତୁ।