You are currently viewing ପିଲାଙ୍କ ପାଇଁ  ଖୋଲିବ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର

ପିଲାଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର

ଭୁବନେଶ୍ୱର(ଏଏନଏସ) ୨୯.୧୨.୨୦୨୧, ଆସନ୍ତା ଜାନୁଆରୀ ୩ ତାରିଖରୁ ପିଲାଙ୍କୁ ଟିକାକରଣ କରାଯିବ । ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ହେବ । ଏନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ । ଟିକାକରଣ କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ସମ୍ଭବ ନହେବ, ପୂର୍ବରୁ ଥିବା ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ।  ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦିଆଯିବ । ଅପରାହ୍ନରେ ଅନ୍ୟମାନଙ୍କୁ ଟିକା ଦିଆଯିବ ।୨୦୦୭ ପୂର୍ବରୁ ଜନ୍ମଗ୍ରହଣ କରିଥିବା ପିଲାଙ୍କୁ କେବଳ ଟିକା ଦିଆଯିବ । ତେବେ ଯେଉଁ ପିଲାଙ୍କର ଅନ୍ୟ କୌଣସି ପ୍ରମାଣପତ୍ର ନଥିବ ସେମାନେ ସ୍କୁଲ ଆଇ କାର୍ଡ ଦେଖାଇ ପଞ୍ଜୀକରଣ କରିବା ସହ ଟିକା ନେଇପାରିବେ  । ୧୫ରୁ ୧୮ ବର୍ଷ ପିଲାଙ୍କୁ କୋଭାକ୍ସିନର ଦୁଇଟି ଡୋଜ ଟିକା ଦିଆଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।