You are currently viewing ସପ୍ତାହକୁ ୩ଦିନ ଟିକାକରଣ

ସପ୍ତାହକୁ ୩ଦିନ ଟିକାକରଣ

ଭୁବନେଶ୍ୱର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ସପ୍ତାହକୁ ୩ଦିନ ଟିକାକରଣ ହେବ । ମଙ୍ଗଳ, ବୁଧ ଓ ଶୁକ୍ରବାର ଦିନ ଏହି ଟିକା ଦିଆଯିବ । ସରକାରୀ ଓ ଘରୋଇ ହସ୍ପିଟାଲରେ ଛୁଟି ଦିନକୁ ବାଦ ଦେଇ ଅନ୍ୟ ଦିନମାନଙ୍କରେ ସୁବିଧା ଅନୁଯାୟୀ ଟିକା ଦିଆଯିବ । ଏସମ୍ପର୍କରେ ସୂଚନା ଦେଇଛନ୍ତି ପରିବାର ଓ କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଗତ ୧୬ତାରିଖରୁ ଟିକାକରଣ କରାଯାଇ ୨୧ତାରିଖ ପର୍ଯ୍ୟନ୍ତ ୧ଲକ୍ଷ ୧୩ହଜାର ୬୨୩ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆସରିଛି । ଟିକା ନେବାପରେ ରାଜ୍ୟର ୪ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇଥିଲା ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । କିନ୍ତୁ ଏବେ ସେମାନେ ସୁସ୍ଥ ଅଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।