You are currently viewing ଏଣିକି ସ୍ବାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା

ଏଣିକି ସ୍ବାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା

ଭୁବନେଶ୍ୱର -୧୯.୦୫.୨୦୨୧, ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ଚେନ ବ୍ରେକ କରିବା ପାଇଁ ଟିକାକରଣ ଉପରେ ବେଶ ଗୁରୁତ୍ବ ଦିଆଯାଉଛି। ରାଜ୍ୟରେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି । ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ କରାଯାଉଛି । ଏଣିକି ସ୍ବାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା। ସ୍ବାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀ ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ ଙ୍କ ପରିବାର ସଦସ୍ୟଙ୍କୁ କୋଭିଡ ଟିକା ଦିଆଯିବ । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମ଼ଓମାନଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ସ୍ବାସ୍ଥ୍ୟକର୍ମୀ ପରିବାର ଲୋକଙ୍କ ସଂସ୍ପର୍ଶ ଆସୁଥିବାରୁ ସେମାନଙ୍କୁ ଟିକା ଦେବାକୁ ନିଷ୍ପତ୍ତି । ନିଜ ନିଜ ଜିଲ୍ଲାରେ ସ୍ବାସ୍ଥ୍ୟକର୍ମୀ ପରିବାର ଲୋକଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।