You are currently viewing କାଲିଠାରୁ ରାଜ୍ୟରେ କୋଭିଡ ଟୀକାର ଡ୍ରାଏରନ

କାଲିଠାରୁ ରାଜ୍ୟରେ କୋଭିଡ ଟୀକାର ଡ୍ରାଏରନ

ନୂଆଦିଲ୍ଲୀ, ଦେଶର ଚାରୋଟି ସ୍ଥାନରେ କରୋନା ଟୀକାର ଡ୍ରାଏରନ ସଫଳତାର ସହ ସଂପର୍ଣ୍ଣ ହୋଇଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜାନୁଆରୀ ୨ ତାରିଖରୁ ଡ୍ରାଏ ରନ ହେବ । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଗୁଆ ପ୍ରସ୍ତୁତି ନେଇ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ପ୍ରତ୍ୟେକ ରାଜ୍ୟର ରାଜଧାନୀର ୩ ଟି ସ୍ୱତନ୍ତ୍ର କେନ୍ଦ୍ରରେ ଏହି ଡ୍ରାଏରନ କରାଯିବ । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରମୁଖ ସ୍ବାସ୍ଥ୍ୟ ସଚିବମାନଙ୍କ ସହ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ଉଚ୍ଚ ସ୍ତରୀୟ ବୈଠକ କରି ଏହି ସମ୍ବନ୍ଧରେ ସବିଶେଷ ଆଲୋଚନା କରିଛନ୍ତି । ସାରା ଦେଶରେ ଟୀକାକରଣ ନେଇ ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଏନେଇ ୮୮ ପୃଷ୍ଠାର ଦସ୍ତାବିଜ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ସମସ୍ତ ସୋସିଆଲ୍ ମିଡିଆ ଫ୍ଲାଟଫର୍ମ ସମେତ ଗ୍ରାମସଭା, ଗୋଷ୍ଠୀସଭା, ସ୍କୁଲ ପରିଚାଳନା କମିଟି, ସ୍କାଉଟ୍ସ ଆଣ୍ଡ୍ ଗାଇଡ୍ସକୁ ଏଥିରେ ନିୟୋଜିତ କରିବାକୁ ଯୋଜନା ରହିଛି। ଏହା ସହିତ ସେଲିବ୍ରିଟି, ରାଜନେତା, ସୋସିଆଲ ମିଡିଆରେ ପ୍ରଭାବ ଥିବା ବ୍ୟକ୍ତି ବିଶେଷଙ୍କୁ ଟୀକାକରଣ ଅଭିଯାନ ବାବଦରେ ସଚେତନତା ସୃଷ୍ଟି ପାଇଁ କୁହାଯିବ ବୋଲି ଜଣାପଡ଼ିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।