You are currently viewing ଟିକା ଅର୍ଡର ଦେଲେ ରାଜ୍ୟ ସରକାର

ଟିକା ଅର୍ଡର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର-୨୯.୦୪.୨୦୨୧, ସମଗ୍ର ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିବାରେ ଲାଗିଛି । କରୋନା ମୁକାବିଲାରେ ପ୍ରତିରୋଧକ ଭାବେ ବର୍ତ୍ତମାନ ଟିକାକରଣ ଉପରେ ବେଶ ଗୁରୁତ୍ୱ ଦିଆଯାଉଛି । ତେବେ ଆସନ୍ତା ୧ ତାରିଖରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ରାଜ୍ୟରେ କରୋନା ଟିକା ଅଭାବ ଦେଖାଦେଇଛି ।ଏନେଇ ୨ ଟିକା ଉତ୍ପାଦକ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ACS ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ମେ’ ମାସ ପାଇଁ ୪୦ ଲକ୍ଷ କୋଭିସିଲ୍ଡ ଟିକା ଆବଶ୍ୟକ ଥିବା ଚିଠି ଲେଖିଛନ୍ତି ଏବଂ ଜୁନ, ଜୁଲାଇ, ଅଗଷ୍ଟ ମାସ ପାଇଁ ମାସିକ ୬୦ ଲକ୍ଷ ଟିକା ଡୋଜ ଆବଶ୍ୟକ ଥିବା ଲେଖିଛନ୍ତି ଏସିଏସ ।

ଅନ୍ୟମାନଙ୍କୁ ଜଣାନ୍ତୁ।