You are currently viewing ପିଲାଙ୍କ ଟିକାକରଣ  ପାଇଁ ଆଜିଠୁ ପଞ୍ଜିକରଣ

ପିଲାଙ୍କ ଟିକାକରଣ ପାଇଁ ଆଜିଠୁ ପଞ୍ଜିକରଣ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୦୧/୦୧ : ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ ଆଜିଠାରୁ ଆରମ୍ଭ ହେବ ପଞ୍ଜିକରଣ । କୋୱିନ ପ୍ଲାଟଫର୍ମରେ ଅନଲାଇନ ଜରିଆରେ ପଞ୍ଜୀକରଣ କରାଇପାରିବେ । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର କିଶୋର ଭ୍ୟାକସିନ୍ ନେବେ । ପ୍ରଥମ ଡୋଜର ୨୮ ଦିନ ବ୍ୟବଧାନରେ ଦ୍ବିତୀୟ ଡୋଜ ଦିଆଯିବ । ଏଥିପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ସହିତ ୨ ପ୍ରକାରର ବ୍ୟବସ୍ଥା ହୋଇଛି । ଆବଶ୍ୟକ ହେଲେ ସ୍କୁଲରେ ମଧ୍ୟ ଟିକାକରଣ କେନ୍ଦ୍ର ହେବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି ।

ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ଡିସେମ୍ବରରେ କରିଥିବା ଘୋଷଣାରେ  ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ସୋମବାର ୩ ତାରିଖ ଠାରୁ ଟିକାକରଣ ଆରମ୍ଭ କରାଯିବ। ଯେଉଁମାନଙ୍କର ଜନ୍ମ ୨୦୦୭ କିମ୍ବା ତା’ପୂର୍ବରୁ ହୋଇଛି କେବଳ ସେହିମାନେ ହିଁ ଟିକା ନେବା ପାଇଁ ଯୋଗ୍ୟ ଅଟନ୍ତି।ଏହାଛଡ଼ା ଅନ୍ ଦ ସ୍ପଟ ଟିକାକରଣର ବ୍ୟବସ୍ଥା ରହିଛି । ଯେଉଁମାନେ ସ୍ଲଟ୍ ବୁକିଂ କରିପାରିବେନି, ସେମାନେ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ନେଇପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।