You are currently viewing ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର

ବାରିପଦା-୦୯.୧୦.୨୦୨୧, ଭିଜିଲାନ୍ସ ଜାଲରେ ଡାକ୍ତର । ଶବବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବାରିପଦାର ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ କାର୍ଯ୍ୟରତ ଡା. ଦେବୀଦତ୍ତ ପାତ୍ର । ସେ ଏକ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ।
ସୂଚନାଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ହାଣଦା ଗାଁର ଜଣେ ବ୍ୟକ୍ତିଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଥିଲା। ମୃତ ବ୍ୟକ୍ତିଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ପାଇଁ ସେ ଚାଳିଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବାଲେଶ୍ଵର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଡାକ୍ତର ମେଡିକାଲ୍‌ କଲେଜ ଯିବା ରାସ୍ତାରେ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।