You are currently viewing ପୁରୀ ଆରଆଇଙ୍କ ଘରେ ଚଢ଼ାଉ

ପୁରୀ ଆରଆଇଙ୍କ ଘରେ ଚଢ଼ାଉ

ପୁରୀ, ପୁରୀର ପୂର୍ବତନ ଆରଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀରେ ପୂର୍ବତନ ଜଓ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି । ବସନ୍ତ ମହାନ୍ତିଙ୍କ ବାସଭବନ ଓ ଅଫିସ୍ ସମେତ ୯ଟି ସ୍ଥାନରେ ଚଢ଼ାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ପେଣ୍ଠକଟାରେ ଥିବା ଘର, ଫ୍ରେଣ୍ଡ୍‌ସ କ୍ଲବରେ ଥିବା ଦୁଇଟି ଘର, ବାଲିଘାଟରେ ସମ୍ପର୍କୀୟଙ୍କ ଘର, କେନ୍ଦ୍ରାପଡ଼ାରେ ପୈତୃକ ଘରେ ,ପୁରୀରେ ଦୁଇଟି ସରକାରୀ କାର୍ଯ୍ୟାଳୟ ଉପରେ ଚଢ଼ାଉ କାର୍ଯ୍ୟ ଜାରି ରହିଛି। ତାଙ୍କ ନାମରେ କୋଟି କୋଟି ଟଙ୍କାର ଜମି କାଗଜପତ୍ର ଓ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଠାବ କରାଯାଇଛି । ବେଆଇନ ଭାବେ ଜମି କିସମ ,ଜମି ଅଦଳବଦଳ ଆଦି ଅନେକ ବେଆଇନ କାର୍ଯ୍ୟ ନେଇ ବାରମ୍ବାର ଅଭିଯୋଗ ଆସିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।